ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ, ୧୦ରୁ ଅଧିକ ଆହତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଓଲଟିଲା ସ୍କୁଲ ଭ୍ୟାନ । ଭଅଁରା ଛକ ନିକଟରେ ବିବେକାନନ୍ଦ ପବ୍ଲିକ ସ୍କୁଲ ଭ୍ୟାନ ଓଲଟିଲା । ସ୍କୁଲ ବସଟି ଓଲଟି ପଡ଼ିବାରୁ ୧୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଣେ ଡ୍ରାଇଭର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍କୁଲ ବସ ଯାଉଥିଲା । କରେଞ୍ଜିଆ- ଚଢ଼େଇଭୋଳ ରାସ୍ତାର ଭଅଁରା ନିକଟରେ ଭାରସାମ୍ୟ ହରାଇ ସ୍କୁଲ ବସଟି ଓଲଟି ପଡ଼ିଥିଲା ।  ସ୍କୁଲ ବସଟି ଓଲଟି ପଡ଼ିବାରୁ ୧୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଣେ ଡ୍ରାଇଭର ଆହତ ହୋଇଥିଲେ ।  ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲକୁ ପଠାଇଥିଲେ ।  ଅପରପକ୍ଷରେ ସ୍କୁଲ ବସ ଓଲଟି ପଡ଼ିବା ଘଟଣାରେ ଡ୍ରାଇଭର, ହେଲପର ଏବଂ ଅନ୍ୟକର୍ମଚାରୀଙ୍କୁ ପୋଲିସ ପଚରାଉଚୁରା କରୁଛି । ଭାରସାମ୍ୟ ହରାଇ ସ୍କୁଲ ବସ ଓଲଟି ପଡ଼ିଛି ବୋଲି କୁହାଯାଉଥିବାବେଳେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଥିବା ପୋଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ : କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଲା ହାଇୱା, ଜଣେ ଆହତ