ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧ରୁ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାରଙ୍କ ବଡ଼ ପଦେକ୍ଷପ । ଏପ୍ରିଲ ପହିଲାରୁ ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ । ସ୍କୁଲର ସମସ୍ତ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ସପ୍ତାହରେ ସୋମବାର, ମଙ୍ଗଳବାର, ଗୁରୁବାର ପିଲାଙ୍କୁ ୩ଟି ଲଡୁ ଦିଆଯିବ । ପିଏମ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ପୋଷକ ତତ୍ତ୍ବ ଥିବା ମାଣ୍ଡିଆ ଲଡୁ ପ୍ରଦାନ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ପଠାସରିଛି ।

ଗୋଟିଏ ଲଡୁ ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ସେଥିରୁ ସାମଗ୍ରୀ ବାବଦରେ ୩ଟଙ୍କା ୨୪ ଏବଂ ପ୍ରସ୍ତୁତି ପାଇଁ ୨୬ ପଇସା ଦିଆଯିବ । ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତିରେ ଏହି ଲଡୁ ପ୍ରସ୍ତୁତ ହେବ । ପିଏମ ପୋଷଣା ଯୋଜନା ଅଧିନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ କରାଯିବ ।

ଯଦି ଦେଖିବା ପୂର୍ବରୁ ସ୍କୁଲ ପିଲାଙ୍କୁ କେବଳ ମଧ୍ୟାହ୍ନ ଭୋଜନରେ ଭାତ,ଡ଼ାଲି, ସୋୟାବଡ଼ି ତରକାରୀ, ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା । ହେଲେ ଏବେ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ୩ଟି ଲେଖାଏଁ ସଡୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

 

ଆହୁରି ପଢ଼ନ୍ତୁ : ପୋଲିସକୁ ମାଡ଼ ମାରିବା ମହଙ୍ଗା ପଡ଼ିଲା, ଜଣକୁ ବାନ୍ଧିବା ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୂରା ଗାଁ