କଟକ ନରେନ୍ଦ୍ରପୁରରେ ସ୍ୱାଭାବିକ ହେଉଛି ପରିସ୍ଥିତି : ଆଜିଠୁ ଖୋଲିବ ସବୁ ସ୍କୁଲ, କଲେଜ ଓ ଦୋକାନବଜାର

କଟକ (କେନ୍ୟୁଜ୍) : ନେମାଳ ଥାନା ନରେନ୍ଦ୍ରପୁର ଅଞ୍ଚଳରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ପରିସ୍ଥିତି । ଆଜିଠୁ ଖୋଲିବ ସବୁ ସ୍କୁଲ, କଲେଜ ଓ ଦୋକାନବଜାର । ସାମାନ୍ୟ କଥାକୁ ନେଇ ନରେନ୍ଦ୍ରପୁର ଓ କାଉଡ଼ିଆ ପଡ଼ା ମଧ୍ୟରେ ସଂଘର୍ଷ ଘଟଣା ପରେ ଶାନ୍ତି କମିଟି ବୈଠକ ବସିଥିଲା । ଏଥିରେ କଟକ ଉପଜିଲ୍ଲାପାଳ, ଏସପି, ନିଶ୍ଚିନ୍ତକୋଇଲି ତହସିଲଦାର, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଅଞ୍ଚଳରେ ପୂର୍ବପରି ଭାଇଚାରା ଓ ଶାନ୍ତି ଫେରାଇ ଆଣିବା ପାଇଁ ବୈଠକରେ ଆଲୋଚନା କରାଯାଇଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ଏବେବି ନରେନ୍ଦ୍ରପୁର ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ।