ରାଜ୍ୟ

ଦୁଇଦିନ ହେବ ଗଛ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ହେଡ୍ ସାରଙ୍କ ପାଇଁ ପିଲା ହେଉଛନ୍ତି ହନ୍ତସନ୍ତ

କରଞ୍ଜିଆ (କେନ୍ୟୁଜ) : ମିଛ କହିଲେ ତାପରେ ଠକିଦେଲେ ହେଡସାର । ଧରାଇଦେଲେ ଫେକ୍‌ ଚେକ ଆଉ ଭଣ୍ଡାଇଦେଲେ । ଠିକ୍‌ ସମୟରେ କାମ କରାଇନେଲେ ଆଉ ପଇସା ଦେବା ସମୟ ଯେତେବେଳେ ଆସିଲା ସେତେବେଳେ ଖେଳିଲେ ଖେଳ । ଲୁଚକାଳି ଖେଳ ଖେଳିଲେ ହେଡ ସାର । ତାପୁଣି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ସହିତ । ହେଡସାର ଏମିତି ଠକିଦେଲେ ଯେ ଗୋଷ୍ଠି ମହିଳା ଆସି ପହଁଚିଗଲେ ସ୍କୁଲରେ । ତାପରେ ଗେଟରେ ପକାଇଦେଲେ ତାଲା । ପିଲା ପାଠ ପଢ଼ିଲେ ଯାଇ ଗଛମୂଳେ । ଯାହାପରେ ବେଳା ଖରାପ ପଡିଗଲା ହେଡସାରଙ୍କର । ଗୋଷ୍ଠି ମହିଳାଙ୍କୁ ଠକିବା ମହଙ୍ଗା ପଡିଗଲା ହେଡସାରଙ୍କୁ ।

ହଁ ଆଜ୍ଞା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଟଙ୍କା ଚଳୁ କରିଦେଇଛନ୍ତି ହେଡସାର୍ । ପ୍ରାପ୍ୟ ଟଙ୍କା ନପାଇବାରୁ ସ୍କୁଲ ଗେଟରେ ତାଲା ପକାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଦୁଇଦିନ ହେବ ଗଛ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ସାନନଈ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଦୀର୍ଘ ୬ ମାସ ପୂର୍ବରୁ ସ୍କୁଲ୍ ପିଲାଙ୍କ ପୋଷାକ ଯୋଗାଇ ଦେବାର ପ୍ରାପ୍ୟ ଟଙ୍କା ଓ ସଫେଇ କାର୍ଯ୍ୟ ନିମନ୍ତେ ପ୍ରାପ୍ୟ ଟଙ୍କା ବାବଦକୁ ସ୍କୁଲର ପ୍ରଧାନ ଶିକ୍ଷକ ସୁନରାମ୍ ମାରାଣ୍ଡି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ମିଛ ଚେକ୍ ଦେଇଥିଲେ ।

ଯେଉଁ ଆକାଉଣ୍ଟରେ ମୂଳରୁ ଟଙ୍କା ନଥିଲା, ତେଣୁ ଦୀର୍ଘ ମାସ ହୋଇଯାଇଥିଲେ ମଧ୍ୟ ସେ ଟଙ୍କା ଦେବାର ନା ଧରୁନଥିବାରୁ ଦୁଇଦିନ ହେବ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ। ସେପଟେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ପୋଲିସ୍ ଥାନାକୁ ଉଠାଇ ନେଇଥିବା ବେଳେ ଟଙ୍କା ନପାଇବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲରେ ତାଲା ପକାଇ ରଖିବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କହିଥିବା ବେଳେ ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯଶୀପୁର ବ୍ଲକ୍ ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago