ରାଜ୍ୟ

ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି: ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା

କଣ୍ଟାବାଞ୍ଜି (କେନ୍ୟୁଜ): ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲରୁ ଏଭଳି ଅଭିଯୋଗ ଆସିଛି । ସଭାପତି ଜଣକ ଏମିତି କାହିଁକି କଲେ କାରଣ ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ ଗତକାଲି ଅପରାହ୍ନ ସାଢ଼େ ୩ଟାରେ ସ୍କୁଲ କମିଟି ସଭାପତି ସଦାନନ୍ଦ ବନଛୋର ସ୍କୁଲକୁ ଆସି ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ୪ ଜଣ ଛାତ୍ରୀଙ୍କୁ ସେ ଗାଳିଗୁଲଜ କରିଥିଲେ, ଆଉ ଭୟରେ ପିଲାମାନେ ସ୍କୁଲର ଶୌଚାଳୟକୁ ପଳାଇଥିଲେ । ହେଲେ ସଭାପତି ଜଣକ ବାହାରୁ ଶୌଚାଳୟକୁ ତାଲା ମାରି ଦେଇଥିଲେ l ଦୀର୍ଘ ସମୟ ଧରି ଛାତ୍ରୀମାନେ ପାଟି କରିବାରୁ ବାହାରୁ ତାଲା ଖୋଲିଥିଲେ l ପରେ ପରିବାର ଲୋକଙ୍କ ସହ ଛାତ୍ରୀ ମାନେ ଏବେ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ତ ଏତଲା ଦେଇଛନ୍ତି। କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି l କାହଁକି ସଭାପତି ଏଭିଲି କାଣ୍ଡ କଲେ ତାହା ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଜଣାପଡିବ ।

Barsha

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

14 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

47 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

49 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

55 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago