ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ ଅଚାନକ ପରିଦର୍ଶନ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପିଲାମାନଙ୍କୁ ପ୍ରଶ୍ନ ପଚାରିବା ସହ ମଧ୍ୟାହ୍ନ ଭୋଜନ ଠିକ ଭାବରେ ଦିଆଯାଉଛି କି ନାହିଁ ଓ ରେଜଲ୍ଟ ସଂପର୍କରେ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ । ସବୁ ପିଲା ପ୍ରତିଦିନ ସ୍କୁଲକୁ ଯେପରି ଆସିବେ ସେଦିଗରେ ଧ୍ୟାନ ଦେବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ମଧ୍ୟାହ୍ନ ଭୋଜନରେ କୌଣସି ପ୍ରକାର ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।