ପରେଡ଼୍ ଯିବା ସମୟରେ ଓଲଟିଲା ସ୍କୁଲ ଭ୍ୟାନ୍: ଜଣେ ମୃତ, ୫ ଲକ୍ଷ ସହାୟତା ରାଶି ଘୋଷଣା

ଆଠଗଡ଼: ପରେଡ ପୂର୍ବରୁ ଅଘଟଣ ।  ଓଲଟିଲା ପିକଅପ, ଜଣେ ମୃତ । ସ୍କୁଲରୁ ପରେଡ୍ ପାଇଁ ଗ୍ରାଉଣ୍ଡକୁ ଗଲାବେଳେ ଓଲଟିଲା ପିକଅପ । ଆଠଗଡ଼ ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ଅଂଶୁପା ରାସ୍ତା ଖନ୍ଦକ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଆଠଗଡ଼ ଉତ୍ତର ବାଙ୍କୀ ମାଳ ବିହାରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୨୪ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସରଣ୍ଡା ପଡିଆକୁ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନଟି ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ୨୪ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।  ସେମାନଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସେପଟେ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ଲକ୍ଷ ଏବଂ ଶିକ୍ଷା ବିଭାଗ ପକ୍ଷରୁ ୨ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ଏହା ସହ ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ : ଚନ୍ଦନପୁର ନିକଟ ଓଭରବ୍ରିଜ୍ ଉପରେ ସିରିଜ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୫ ରୁ ଉର୍ଦ୍ଧ୍ବ ଆହତ

You might also like