ଆଜିଠୁ ଖୋଲିବ ସ୍କୁଲ୍, ଅଫ୍‌ଲାଇନରେ ପାଠ ପଢିବା ପାଇଁ କେବଳ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ସ୍କୁଲ। ଅଫ୍‌ଲାଇନରେ ପାଠ ପଢିବା ପାଇଁ ସ୍କୁଲ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସଓପି ଆଧାରରେ ହେବ ଶ୍ରେଣୀ ଗୃହ ପାଠପଢା। ସ୍କୁଲ ଓ ହଷ୍ଟେଲ ଉଭୟରେ ସାମାଜିକ ଦୂରତା ବଜାୟ ଉପରେ ଗୁରୁତ୍ୱ ରହିଛି । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ପତ୍ର ବାଧ୍ୟତାମୂଳକ ।

ଆଜି ଜଣା ପଡିବ କେତେ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ଦେଉଛନ୍ତି। ସାମାଜିକ ଦୁରତା ରଖି ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ଅଲଗା ପ୍ରବେଶ ଓ ପ୍ରସ୍ଥାନ ପଥ ହୋଇଛି। ସମସ୍ତଙ୍କ ପାଇଁ ମାସ୍କ ଓ ହାତ ସାନିଟାଇଜ ବାଧ୍ୟତାମୂଳକ ହୋଇଛି। ସମସ୍ତ ସ୍କୁଲ ଓ ହଷ୍ଟେଲରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍‌ର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ସାମାନ୍ୟ ଲକ୍ଷଣ ଦେଖାଗଲେ ସେଠାରେ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ ଖୋଲୁଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ।

Leave A Reply

Your email address will not be published.