ମୂଲ ଲାଗିବି ଛୁଟି ଦିଅ… ଏପରି ଦରଖାସ୍ତ ଦେଇଥିଲେ, ଶିକ୍ଷକଙ୍କୁ ମିଳିଲା ଦରମା

ବଲାଙ୍ଗିର: ଶିକ୍ଷକଙ୍କୁ ମିଳିଲା ଦରମା l ମୂଲ ଲାଗିବି ଛୁଟି ଦିଅ… ଏପରି ଦରଖାସ୍ତ ଦେଇଥିଲେ ବାନ୍ଦନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ l ଦରମା ନମିଳିବାରୁ ମଜୁରୀ କରିବାକୁ ଛୁଟି ମାଗିଥିଲେ ଏହି ସହକାରୀ ଶିକ୍ଷକ ।

ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲେବି ଘଟଣାଟି ଏକଦମ୍ ସତ । ବଲାଙ୍ଗୀର ଜିଲ୍ଲା ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ଦରମା ନମିଳିବାରୁ ମଜୁରି କରିବାକୁ ଛୁଟି ମାଗିଥିଲେ । ସେ ମୂଲ ଲାଗି ଯିବେ ବୋଲି ଏକ ଦରଖାସ୍ତ ଲେଖିଥିଲେ । ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।

ଶିକ୍ଷକ ପ୍ରଭୁଦତ୍ତ ସାହୁଙ୍କୁ ୩ ମାସ ଦରମା ମିଳିନଥିବା ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଦରଖାସ୍ତଟି ଗ୍ରହଣ କରିବା ସହିତ ମୂଲ ଲାଗିବାକୁ ଛୁଟି ଦେଇଥିଲେ l ପରେ ଶିକ୍ଷକ ପ୍ରଭୁଦତ୍ତ ମଜୁରୀ କାମ ବି କରିଥିଲେ l ମଜୁରୀ ଲାଗି ୩୦୦ ଟଙ୍କା ମଧ୍ୟ ପାଇଥିଲେ । ତେବେ ଶିକ୍ଷକଙ୍କ ପାଇଁ ଡି.ଜି. ଗଭ୍ ସଫ୍ଟୱୟାର ମାଧ୍ୟମରେ ଡିସେମ୍ବରରେ ଟଙ୍କା ଆସିଥିଲା । ହେଲେ ଆକାଉଣ୍ଟାଣ୍ଟ ମାନେ ଆନ୍ଦୋଳନରେ ଥିବାରୁ ଅନ୍ୟ କର୍ମଚାରୀଙ୍କ ସହାୟତାରେ ଦରମା କାମ କରାଇବାକୁ ଓସେପା ତରଫରୁ ଡିଇଓମାନଙ୍କୁ ଏହି ଚିଠି ଲେଖା ଯାଇଥିଲା । ଶିକ୍ଷକଙ୍କ ଦରମା ଯେପରି ବନ୍ଦ ନହେବ ସେଥିପାଇଁ ବିଇଓଙ୍କୁ ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ । କିନ୍ତୁ ପୁଇଁନ୍ତଲା ଏବଂ ବଲାଙ୍ଗିର ବ୍ଳକ ଦାୟିତ୍ବରେ ଥିବା ବି.ଇ.ଓ ଲୋକନାଥ ସୁନା ଏହାକୁ ପାଳନ କରିନଥିଲେ । ତାଙ୍କ ଅବହେଳା ପାଇଁ ଟଙ୍କା ଫେରିଯାଇଥିଲା ।

ପୁଇଁତଲା ବ୍ଲକରେ କିଛି ଶିକ୍ଷକଙ୍କ ଦରମା ମିଳିନଥିଲା କିନ୍ତୁ ଏହି ଘଟଣା ପରେ ବକେୟା ରହିଥିବା ସବୁ ଶିକ୍ଷକଙ୍କ ଦରମା ମିଳିଛି l ଏନେଇ ସୂଚନା ଦେଇଛନ୍ତି ବାନ୍ଦନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ l ଏହି ଦରମା ମିଳିବା ପରେ ଶିକ୍ଷକ ପ୍ରଭୁଦତ୍ତ କେତେ ଖୁସି ଅଛନ୍ତି ସେକଥା ସେ କ୍ୟାମେରା ସାମ୍ନାରେ ନ କହିପାରିଥିଲେ ମଧ୍ୟ ଫୋନରେ କହିଛନ୍ତି । ଖୁସିରେ ତାଙ୍କ ପାଦ ତଳେ ଲାଗୁନି ବହୁତ ଖଉସି ଥିବା ଜଣାଇଛନ୍ତି ।