ରାଜ୍ୟ

ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ: ରାସ୍ତା ତଳକୁ ଖସିଗଲା ଭ୍ୟାନ, ୧୩ ଆହତ

ପାରାଦୀପ (କେନ୍ୟୁଜ): ପାରାଦୀପରୁ ଯାଉଥିବା ଆଦର୍ଶ ବିଦ୍ୟାଳୟର ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଫଳରେ ଗାଡ଼ିରେ ଥିବା ୧୧ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ଘଟିଛି ।

ଖବର ଅନୁଯାୟୀ ଆଜି ସକାଳ ୬ଟା ସମୟରେ ପାରାଦୀପରୁ ବାହାରି ଅଗପାଳରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ସ୍କୁଲର ଏକ ମେଜିକଭ୍ଯାନ ଗାଡି ସନ୍ତରା ଗଡାନିକଟରେ ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ଵକୁ ଖସି ପଡିଥିଲା। ଫଳରେ ଗାଡିରେ ବସିଥିବା ଆଦର୍ଶ ବିଦ୍ୟାଳୟର ୧୧ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷୟିତ୍ରୀ ଆହତ ହୋଇଥିଲେ।
ଘଟଣାର ଖବର ପାଇ ସଡକ ସୁରକ୍ଷା ବାହିନୀର ସଭାପତି ପଙ୍କଜ ତାରାଇ ଓ ସଦସ୍ଯ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏଥିସହିତ ଅଗ୍ନିଶମ ବାହିନୀର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ପଠାଇଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲୁ ରହିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କାହିଁକି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନି। ଭ୍ୟାନ୍‌ ଡ୍ରାଇଭରଙ୍କ ପତ୍ତା ମିଳୁନି। ଏକ ଭ୍ୟାନ୍‌ରେ ଅଧିକ ସଂଖ୍ୟକ ପିଲାଙ୍କୁ ପାଖାପାଖି ୨୦ କିମି ନିଆଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି।

 

 

Barsha

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

7 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

53 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

58 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago