ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା

କଟକ: ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ । କଟକ ଅଡଶପୁର ଅଞ୍ଚଳର ନୋଦା ପ୍ରାଇମେରୀ ସ୍କୁଲରେ ଅଘଟଣ।  ଖେଳ ଛୁଟି ସମୟରେ ପାଚେରୀ ଭୁଶୁଡି ପଡିବା ଯୋଗୁଁ ଏଥିରେ ଚାପି ହୋଇ ୫ମ ଶ୍ରେଣୀ ଛାତ୍ର ସାଇ ସ୍ୱରୂପ ଭୋଇଙ୍କ ମୃତ୍ୟୁ ଘଟିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଅଡ଼ଶପୁର ମେଡ଼ିକାଲ ପରେ ଏସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଛାତ୍ର ମୃତ୍ୟୁକୁ ନେଇ ଦେଖା ଦେଇଛି ଉତ୍ତେଜନା। ପରିବାର ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଗୋବିନ୍ଦପୁର ଥାନା ପୋଲିସ ଓ ସଦର ଉପଖଣ୍ଡ ଏସଡିପିଓ ଉପସ୍ଥିତ ଅଛନ୍ତି।

Also read: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ, ୩ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କ ନାଁରେ ଉଠୁଥିଲା ରାସନ