ଝାରସୁଗୁଡ଼ାରେ ସ୍କୁଲ ଛୁଟି ଘୋଷଣା, ଛୁଟି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରେକର୍ଡ ତାତି । ଆଜି ଝାରସୁଗୁଡ଼ାରେ ୪୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୨୩ରୁ ୨୫ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ । ଶିଶୁ ବିକାଶ ଠାରୁ ଦ୍ବାଦଶ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପ୍ରକାଶଯୋଗ୍ୟ, ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ ।
ପ୍ରଥମ ପର୍ଯ୍ୟାୟରେ ମେ’ ୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି ରାଜସ୍ଵ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ । ଖରା ବଢିଲେ ଆବଶ୍ୟକ ସ୍ଥଳେ ଅଙ୍ଗନୱାଡ଼ି ଛୁଟି ହେବ। ତେବେ ସ୍ଥିତି ଦେଖି ଜିଲ୍ଲାପାଳମାନେ ଚାହିଁଲେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇ ପାରିବେ ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ଝାରସୁଗୁଡ଼ାରେ ଜିଲ୍ଲାପାଳ ଛୁଟି ନିଷ୍ପତ୍ତି ନେଇଛନ୍ତି ।