ଭୁବନେଶ୍ୱର: ସମ୍ଭାବ୍ୟ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର । ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ଏସଆରସି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ ସ୍କୁଲ ଓ ଗଣଶିକ୍ଷା କମିଶନରଙ୍କୁ ଚିଠି ଲେଖିଛନ୍ତି । ୧୪ ଟି ଉପକୂଳ ଜିଲ୍ଲା ପାଇଁ ବାତ୍ୟା ଭୟ ଥିବାରୁ ଏହିସବୁ ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିର୍ଦେଶ ଦେଲେ ସରକାର ।
୨୩ ତାରିଖରେ ବାତ୍ୟା ସୃଷ୍ଟି ହେବ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ସିଭିୟର ସାଇକ୍ଲୋନ ଭାବେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ଶହେରୁ ୧୧୦ କିମି ରହିପାରେ । ଗଷ୍ଟିଂ ସ୍ପିଡ ୧୨୦ କିମି ପର୍ଯ୍ୟନ୍ତ ମଧ୍ୟ ବଢିବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ୨୩ତାରିଖରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ।