ଆସନ୍ତାକାଲି ରାଜ୍ୟରେ ଖୋଲିବ ସ୍କୁଲ୍: SOP ଅନୁସାରେ କରାଯାଇଛି ସମସ୍ତ ବ୍ୟବସ୍ଥା, ୫ ଫୁଟ ବ୍ଯବଧାନରେ ବିସିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଖୋଲିବ ସ୍କୁଲ୍ । ସ୍କୁଲ୍ ଖୋଲିବା ପୂର୍ବରୁ ମନ୍ତ୍ରୀ ସମୀର ଦାଶ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି। ରାଜ୍ୟରେ ୧୦ ହଜାର ୧୮ଟି ସ୍କୁଲ୍ ଥିବାବେଳେ, ସେଥି ମଧ୍ୟରୁ ପାଖାପାଖି ୮ ହଜାରଟି ସରକାରୀ ଓ ୨ ହଜାର ବେସରକାରୀ ସ୍କୁଲ । ଏହାସହିତ ୬ ଲକ୍ଷ ପିଲା ପାଠ ପଢୁଛନ୍ତି ।

schoolତେବେ ପିଲାମାନେ କ୍ଲାସ ରେ ବସିବା ପାଇଁ କ୍ଲାସ ରୁମକୁ ଭଲ ଭାବରେ ସାନିଟାଇଜ କରାଯାଇଛି । ସ୍କୁଲକୁ ପସିବା ପୂର୍ବରୁ ପିଲାଙ୍କ ହାତକୁ ସାନିଟାଇଜ କରାଯିବ । ପ୍ରାୟ ୫ ଫୁଟ ବ୍ଯବଧାନରେ ପିଲାମାନେ କ୍ଳାସ୍ ରୁମରେ ବସିବେ । SOP ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.