ଭୁବନେଶ୍ବରର ପ୍ରତିଷ୍ଠିତ ଇଂରାଜୀ ମିଡ଼ିୟମ ସ୍କୁଲ ଏପିଜେରେ ଅନୁଷ୍ଠିତ ହେଲା ବିଜ୍ଞାନ ମେଳା: ୨୧୧ଟି ପ୍ରୋଜେକ୍ଟକୁ ପଦର୍ଶିତ କରିଥିଲେ ଛତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ବରର ପ୍ରତିଷ୍ଠିତ ଇଂରାଜୀ ମିଡ଼ିୟମ ସ୍କୁଲ ଏପିଜେରେ ଅନୁଷ୍ଠିତ ହୋଇଯାଇଛି ବିଜ୍ଞାନ ମେଳା। ତୃତୀୟ ଶ୍ରେଣୀ ଠାରୁ ଏକାଦଶ ଛାତ୍ରଛାତ୍ରୀମାନେ ପାଖାପାଖି ୨୧୧ଟି ପ୍ରୋଜେକ୍ଟକୁ ପଦର୍ଶିତ କରାଇଥିଲେ। ସେନ୍ସର ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୟୋଗରେ ଛତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ତିଆରି କରିଥିଲେ।  ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ବିଜ୍ଞାନ ମେଳା।

ଓଡ଼ିଶା ସମବାୟ ବିଭାଗର ଯୁଗ୍ମ ସଚିବ ସୁଶାନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ବିଭିନ୍ନ ପ୍ରୋଜେକ୍ଟ ଦେଖିବା ସହ ସେଗୁଡିକାର ଉପକାରିତା ବିଷୟରେ ତଥ୍ୟ ନେଇଥିଲେ ଓ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।  ଏହା ସହିତ ଏହି କାର୍ଯ୍ୟକ୍ରମରେ ଜଜ୍ ଭାବେ ଯୋଗ ଦେଇଥିଲେ ଅନୁସନ୍ଧାନ ଶିକ୍ଷକ ଶୁଭଶ୍ରୀ ସାହୁ ଓ ଲୁଟୁ ସାହୁ  । ପିଲାମାନଙ୍କ ବିଭିନ୍ନ ବିଜ୍ଞାନ ଅନୁସନ୍ଧାନ ମୂଳକ ଜ୍ଞାନ କୌଶଳକୁ ଦେଖି ଅତିଥିମାନେ ବେଶ୍ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.