ଜଳିଗଲା ସ୍କୁଟର, ଅଳ୍ପକେ ବର୍ତ୍ତିଲେ ଚାଳକ

ଯାଜପୁର ରୋଡ଼ : ଜଳିଗଲା  ସ୍କୁଟର । ରାସ୍ତା ଉପରେ ହୁତୁ ହୁତୁ ହୋଇ ସ୍କୁଟରଟି ଜଳିଯାଇଛି। ଯାଜପୁର ଜିଲ୍ଲା ନୂଆଗଡ ଗୋଲେଇ ଛକ ନିକଟରେ ଗାଡିଟି ହଠାତ ଜଳିଗଲା। ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଚାଦାନନ୍ଦ ମହାରଣା ସ୍କୁଟର ଚଲାଇ ଆସୁଥିଲେ । ହଠାତ ଗାଡିରେ ନିଆଁ ଲାଗିଯିବାରୁ ଗାଡି ଛାଡି ପଳାଇ ଆସିଥିଲେ । ପରେ ନିଆଁକୁ ଆୟତ୍ତ କରିଥିଲେ ଯାଜପୁର ରୋଡ ଅଗ୍ନିଶମବାହିନୀ । ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ।