ଟ୍ରକ ସହିତ ସ୍କୁଟି ଧକ୍କା, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ): କୋରେଇ ଥାନା ବ୍ରାହ୍ମଣୀ ଦେବୀ ଛକରେ ଟ୍ରକ ସହିତ ସ୍କୁଟି ଗାଡି ଧକ୍କା। ସ୍କୁଟି ଚାଳକ ଘଟଣା ସ୍ଥଳରେ ମୃତ। ପୋଲିସର ତଦନ୍ତ ଆରମ୍ଭ । ସୂଚନା ମୁତାବକ ଆଜି ସକାଳୁ ସୋବର ଗାଁର ପ୍ରଦୀପ ନାଟିଆ ନୂଆଗଡ ଗୋଲେଇ ଦେଇ ଛକ ନିଜ ଭଡାଘରକୁ ସ୍କୁଟି ଗାଡ଼ିରେ ଯାଉଥିଲେ। ହଠାତ ବ୍ରହ୍ମାଣୀଦେବୀ ଛକରେ ଅପରପକ୍ଷରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ଯୁବକଙ୍କ ସ୍କୁଟି ଗାଡିକୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣଙ୍କ ସ୍କୁଟି ଗାଡ଼ିରୁ ଫୋପାଡ଼ି ହେଇ ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।

ସେପଟେ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖି କୋରେଇ ପୋଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ କୋରେଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । ଏଥିସହିତ ଟ୍ରକକୁ ଅଟକ ରଖିଥିବା ସୂଚନା ମିଳିଛି । ସେପଟେ ମୃତ ପ୍ରଦୀପ ୩ ବର୍ଷ ହେବ ବିବାହ କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.