ମରାମତି ବେଳେ ଗ୍ୟାରେଜ୍‌ରେ ଜଳିଗଲା ସ୍କୁଟି, ନିଆଁ ଲିଭିଲା ବେଳକୁ ସବୁ ଭସ୍ମ

କୋରାପୁଟ (କେନ୍ୟୁଜ୍‌) : ଗ୍ୟାରେଜକୁ ମରାମତି ପାଇଁ ଆସିଥିଲା ଗୋଟିଏ ସ୍କୁଟି । କାମ ଚାଲିଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗିଗଲା । ଗ୍ୟାରେଜ କର୍ମଚାରୀମାନେ ପାଣି ଓ ବାଲି ପକାଇ ନିଆଁ ଲିଭାଇବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ । ହେଲେ ଏହାକୁ ରକ୍ଷା କରି ପାରିଲେ ନାହିଁ ।

କୋରାପୁଟ ସଦର ପୋଡ଼ାଗଡ଼ର ଏକ ଗ୍ୟାରେଜରେ ଗିରିଲିଗୁମାର ଜଣେ ବ୍ୟକ୍ତି ନିଜ ସ୍କୁଟିକୁ ମରାମତି କରିବାକୁ ଆଣିଥିଲେ । ମେକାନିକ ମରାମତି ଆରମ୍ଭ କରୁଥିବା ସମୟରେ କେମିତି କେଜାଣି ସଟ୍‌ସର୍କିଟ ହୋଇ ହଠାତ ନିଆଁ ଲାଗି ଯାଇଥିଲା । ପାଣି ପକାଇ ଲିଭାଇବା ପାଇଁ ଉଦ୍ୟମ କରିବା ସତ୍ବେ ନିଆଁକୁ ଆୟତ କରାଯାଇ ପାରିନଥିଲା । ମାତ୍ର କିଛି ସମୟ ଭିତରେ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

 

Leave A Reply

Your email address will not be published.