ତ୍ରିଶୁଳିଆ ବ୍ରିଜ ଉପରେ ଥୁଆ ହୋଇଛି ଅଜଣା ସ୍କୁଟି, ପାଖରେ ପଡିଛି ଚପଲ; ମିଳୁନି ଚାଳକଙ୍କ ପତ୍ତା

କଟକ : କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଥୁଆ ହୋଇଛି ଅଜଣା ସ୍କୁଟି । ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଥିବାର ନଜର ଆସିଛି । ପାଖରେ ଚପଲ ବି ପଡ଼ିଛି । ମାତ୍ର ଚାଳକଙ୍କ ପତ୍ତା ମିଳୁନି । ଫଳରେ ସେ ଉଛୁଳା ନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି । କିଏ ଏବଂ କାହିଁକି ବ୍ରିଜ୍ ଉପରେ ସ୍କୁଟି ରଖିଛି , ସ୍କୁଟି ଚାଳକ ଗଲେ କୁଆଡେ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ନଦୀରେ ଅଧିକ ପାଣି ଥିବାରୁ କିଛି ଜଣାପଡୁନାହିଁ । ଘଟଣାସ୍ଥଳରେ ମର୍କତ ନଗର ଥାନା ପୋଲିସ୍ ପହଞ୍ଚି ଛାନଭିନ୍ ଚଳାଇଛି ।
ଅନ୍ୟପଟେ ତୁରନ୍ତ ସ୍କୁଟି ଚାଳକଙ୍କ ନାମ ଓ ଠିକଣା ଜଣାପଡ଼ିଲେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବ । ଖବର ପାଇ ପହଞ୍ଚିଛି ଅଗ୍ନିଶମ ଟିମ। ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ବୋଲି ପୋଲିସ୍ କହିଛି ।