ରାଜ୍ୟ

ସୁନ୍ଦରଗଡକୁ ସ୍କ୍ରବ ଟାଇଫସ୍ ଚିନ୍ତା; ପୁଣି ୩ ପଜିଟିଭ ଚିହ୍ନଟ, ସମୁଦାୟ ସଂଖ୍ୟା ୧୮୩

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍ରେ ଲାଗୁନି ଲଗାମ। ଗତକାଲି ୧୧ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ଜଣ। ଏହା ସହ ସଂଖ୍ୟା ୧୮୩ରେ ପହଞ୍ଚିଛି। ଗତ ଜାନୁୟାରୀ ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେହି ରୋଗୀ ଜଣକ ପ୍ରାୟ ୨୦ ଦିନ ଧରି ICUରେ ରହି ଚିକିତ୍ସିତ ହେଉଥିଲେ ।

ସେ ପୂର୍ବରୁ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା କହିଛନ୍ତି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ସୁବିଧା ଥିବା ସହ ସ୍ବତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି। ଲୋକମାନଙ୍କୁ ସଚେତନ କରାଯିବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ। ପୋଖରୀ , ବିଲ କି ଜଙ୍ଗଲକୁ ଯାଉଥିବା ଲୋକ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି।

Barsha

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

9 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

13 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

26 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

43 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago