ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ, ୭ ଗିରଫ

ବ୍ରହ୍ମପୁର: ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚ ଆୟୋଜନ କରିବା ପଡିଛି ମହଙ୍ଗା । ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ ପରେ ସାତ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଟାଉନ୍ ଥାନା ପୋଲିସ । ଗିରଫ ମାନେ ହେଲେ ସେଶଦେବ ପାଣିଗ୍ରାହୀ , ସମୀର ମହାରଣା, ଦେବାଶିଷ ମାଝୀ, ସରୋଜ କୁମାର ଗୈାଡ, ବିଶାଲ ପାଣିଗ୍ରାହୀ, ସୁଶାନ୍ତ କୁମାର ବେହେରା ଓ ବାବୁଲ ବିଷୋୟୀ । ଗିରଫ ପରେ ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।
ସୂଚନା ଅନୁସାରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗରରେ ସ୍ଥାନୀୟ କମିଟି ପକ୍ଷରୁ ଗୁରୁବାର ରାତିରେ ଦଣ୍ଡନାଚ ଆୟୋଜନ କରାଯାଇଥିଲା । କିନ୍ତୁ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ହୋଇଥିଲା । ଏପରିକି ନିର୍ଦ୍ଧିଷ୍ଟ ସମୟ ସୀମା ବାହାରେ ଅଧିକ ଶବ୍ଧରେ ମାଇକ୍ ବଜାଇବା ଏବଂ ଅରୁଚିକର ନାଚ ପ୍ରଦର୍ଶନ କରାଯାଇଥିଲା । ଏହାକୁ କିଛି ଯୁବକ ବିରୋଧ କରିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଟାଉନ୍ ଥାନା ପୋଲିସ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ।
ଆହୁରି ପଢ଼ନ୍ତୁ : ଗୁଣୁପୁରରେ ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ ମାମଲାରେ ଫରେଷ୍ଟର ଗିରଫ