ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଲେ ଶିଳ୍ପୀ ସୁଶାନ୍ତ କୁମାର, ପଥରରେ ତିଆରି କରିଛନ୍ତି ଅନନ୍ୟ କଳାକୃତୀ

ଯାଜପୁର (କେନ୍ୟୁଜ): ଜାତୀୟ ପୁରସ୍କାର ଗ୍ରହଣ କଲେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲେଇ ଗ୍ରାମର ଯୁବ ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ। ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ର ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପୀୟୂଷ ଗୋଏଲ ତାଙ୍କୁ ଏହି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରସ୍ତର ଶିଳ୍ପ କରୁକାର୍ଯ୍ୟରେ ଦକ୍ଷତା ଅର୍ଜନ କରି ୨୦୧୯ମସିହା ପାଇଁ ସେ ମନୋନୀତ ହୋଇଥିଲେ। ତାଙ୍କର ପ୍ରସ୍ତର ନିର୍ମିତ ଝୁଲଣ ଯାତ୍ରା କାରୁକାର୍ଯ୍ୟଟି ବିଚାରକ ମଣ୍ଡଳୀଙ୍କ ଦ୍ଵାରା ମନୋନୀତ ହୋଇଥିଲା। ଶିଳ୍ପୀ ସୁଶାନ୍ତ ଏହି ପୁରସ୍କାର ଗ୍ରହଣ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.