ସୁନ୍ଦରଗଡ: ଘର ଭିତରୁ ଏସ.ଡି.ଭି.ଓ.ଙ୍କ ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

ସୁନ୍ଦରଗଡ(କେନ୍ୟୁଜ୍): ଘର ଭିତରୁ ଏସ.ଡି.ଭି.ଓ.ଙ୍କ ମୃତ ଦେହ ଉଦ୍ଧାର। ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ  ବିଦ୍ୟୁତ  ବିହାରର ଏକ ଭଡା ଘରେ ଏକାକି  ରହୁଥିଲେ ଏସ.ଡି.ଭି.ଓ ସଂଜୟ ଛତର ।  ସଞ୍ଜୟଙ୍କ ପରିବାର ଲୋକେ କେନ୍ଦୁଝରରେ ରହୁଥିଲେ। କିନ୍ତୁ ଗତ ତିନି ଦିନ ହେବ ସଞ୍ଜୟ ଫୋନ ନଉଠାଇବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା।

ପରେ ପରିବାର ଲୋକେ କେନ୍ଦୁଝରରୁ ସୁନ୍ଦରଗଡ ଭଡ଼ା ଘରକୁ ଆସି ଦେଖନ୍ତେ ସଞ୍ଜୟ ଭଡ଼ା ରହୁଥିବା ଘରଟି ଭିତର ପଟୁ ବନ୍ଦ ଅଛି । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ପରେ  ପୋଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗି ସଞ୍ଜୟଙ୍କ ମରଶରୀର ଉଦ୍ଧାର କରାଯାଇଛି । ପୋଷ୍ଟମାର୍ଟମ ପରେ ମୃତ୍ୟୁର ଅସଲ କାରଣ ଜଣା  ପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।