କୂଳ ଲଂଘିଲା ଅଶାନ୍ତ ସମୁଦ୍ର: ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା

ପାରାଦୀପ(କେନ୍ୟୁଜ୍): କୂଳ ଲଂଘିଲା ଅଶାନ୍ତ ସମୁଦ୍ର । ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁରର ଶିଆଳି ବେଳାଭୂମି ନିକଟର ଏହି ଦୃଶ୍ୟ । ଅବପାତ ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର । କୂଳ ଲଂଘିଛି । ସମୁଦ୍ରରେ ଉଠିଛି ବଡ଼ ବଡ଼ ଜୁଆର । କୂଳ ପାଖାପାଖି ମାଡ଼ି ଆସିଛି ପାଣି ।

ଶିଆଳି ବେଳାଭୂମିରେ ଥିବା ଭିୟୁ ଟାଓ୍ଵାର ପ୍ରତି ସୃଷ୍ଟି ହୋଇଛି ବିପଦ । ସମୁଦ୍ର କୂଳିଆ ଲୋକ ଭୟଭୀୟ ହୋଇ ପଡ଼ିଛନ୍ତି । ସମୁଦ୍ର କୂଳରେ ବାଉଁଶ ପୋତା ଯିବା ସହ ବାଲିବସ୍ତା ପକାଯାଇଛି । ସମୁଦ୍ର ପାଣି ମାଡ଼ରେ କିଛି ସ୍ଥାନ ଧୋଇ ଗଲାଣି ।

Leave A Reply

Your email address will not be published.