ଏବେ ବି ଡ୍ରେନରେ ଭାସିଯାଇଥିବା ରାଜା ନିଖୋଜ: ରାତି ତମାମ ଖୋଜାଖୋଜି ପରେ ବି ମିଳିନି କୌଣସି ପତ୍ତା

ଭୁବନେଶ୍ୱର(କେନ୍ଯୁଜ୍): ଏବେ ବି ରାଜା ନିଖୋଜ । ରାତି ତମାମ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନି । ତାଙ୍କୁ ଖୋଜିବା ପାଇଁ ଜାରି ରହିଛି ଉଦ୍ୟମ । ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି ଜାରି ରଖିଛନ୍ତି । ଗତକାଲି ଅପରାହ୍ନରେ ରାଜଧାନୀ ରାସ୍ତାକଡ଼ ଡ୍ରେନରେ ଭାସିଗଲେ ଛାତ୍ର । ଗୋଡ ଖସି ଯିବାରୁ ମୁକୁଳା ପଡିଥିବା ଡ୍ରେନ୍‌ ଭିତରେ ପଡି ଦଶମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି ।

ଭୁବନେଶ୍ୱର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ନିକଟରେ ଏହି ଘଟଣା ଘଟିଛି । ନିଖୋଜ ଛାତ୍ରଙ୍କ ନାଁ ଜ୍ୟୋତିପ୍ରକାଶ ବେହେରା । ଆଖପାଖ ଅଂଚଳରେ ଥିବା ନାଳ ଓ ପଡିଆରେ ଖୋଜିଥିଲେ ବି ତାଙ୍କର ସନ୍ଧାନ ମିଳିନି । ଆଶା ଆଶଙ୍କାର ଅଛନ୍ତି ପରିବାର ଲୋକ। କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ

Leave A Reply

Your email address will not be published.