ଖୋଲୁଛି ଲାଞ୍ଚୁଆ ଜଳଛାୟା ଉପନିର୍ଦ୍ଦେଶକଙ୍କ କେଳେଙ୍କାରୀ, ଭୁବନେଶ୍ବର ଏସବିଆଇ ଲକରରୁ ମିଳିଲା ୨ ଲକ୍ଷ ଟଙ୍କାର କ୍ୟାସ

ଭୁବନେଶ୍ଵର : ମାଲକାନଗରି ଜଳସଂପଦ ବିଭାଗର କୋଟିପତି ବାବୁଙ୍କ ଲକରରୁ ମିଳିଲା ନଗଦ ୨ ଲକ୍ଷ ଟଙ୍କା ।  ଭୁବନେଶ୍ବର କପିଳପ୍ରସାଦ ଏସବିଆଇ ଲକରରୁ ଯାଞ୍ଚ ବେଳେ ୨ ଲକ୍ଷ ଟଙ୍କାର କ୍ୟାସ ମିଳିଛି । ସେହିପରି କିଛି ଜମି କାଗଜପତ୍ର ମଧ୍ୟ ପାଇଛି ଭିଜିଲାନ୍ସ ।  ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ଖୋଳତାଡ଼ ପାଇଁ ତାଙ୍କୁ ଭୁବନେଶ୍ବର ଅଣାଯାଇଛି  । ଗତକାଲି ତାଙ୍କ ଜୟପୁର ବାସଭବନରୁ ପ୍ରାୟ ୨ କୋଟି ଟଙ୍କା ଜବତ ହୋଇଥିଲା । ଆଜି ତାଙ୍କ ଲକରରୁ ମିଳିଛି ୨ ଲକ୍ଷ ଟଙ୍କା ।  ଏହାକୁ ମିଶାଇ ଯାଏ ୨ କୋଟି ୮ ଲକ୍ଷ ଟଙ୍କା ଜବତ କରାଯାଇଛି ।  କାମ ସରିଥିବା ଦର୍ଶାଇ ଶ୍ରମିକଙ୍କ ଆକାଉଣ୍ଟକୁ ଅର୍ଥ ଟ୍ରାନ୍ସଫର କରିଥିଲେ ।  ପରେ ଶ୍ରମିକଙ୍କ ଖାତାରୁ ଅର୍ଥ ହରିଲୁଟ କରୁଥିଲେ ସରକାରୀ ବାବୁ ।

ଖୋଳତାଡ଼ରେ ମିଳିଛି ବହୁ ସଂଖ୍ୟାରେ ଶ୍ରମିକଙ୍କ ପାସବୁକ । DEO ବିଶ୍ବଜିତ ମଣ୍ଡଳ ଓ ଠିକା କର୍ମଚାରୀଙ୍କ କାର୍ଯ୍ୟାଳୟରୁ ମିଳିଛି । ଶ୍ରମିକଙ୍କ ବ୍ୟାଙ୍କ ଖାତା ଏମାନେ ଅପରେଟ କରୁଥିବା ଜଣାପଡ଼ିଛି । ଜଗନ୍ନାଥପ୍ରସାଦ ଅଞ୍ଚଳର ଜନସେବା କେନ୍ଦ୍ର ପରିଚାଳକ ମୁଖ୍ୟ କାର୍ପଟଦାର। ଶାନ୍ତନୁଙ୍କ ମାର୍ଫତରେ ସେ ଠିକାଦାରଙ୍କ ନିକଟରୁ ଲାଞ୍ଚ ଆଣୁଥିଲେ । ଲାଞ୍ଚ ଅର୍ଥ ପରେ ଶାନ୍ତନୁ ବାବୁଙ୍କୁ ହସ୍ତାନ୍ତର କରୁଥିଲେ । ୨୦୧୯-୨୦୨୪ ମଧ୍ୟରେ ୧ କୋଟି ଟଙ୍କା ହସ୍ତାନ୍ତର କରିଥିବା ପ୍ରମାଣ ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁ ମହାପାତ୍ରଙ୍କ ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ସମେତ ୮ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

 

 

ଅହୁରି ପଢନ୍ତୁ :   ଲୋକଙ୍କ ସମସ୍ୟା ସମାଧାନ ନହେଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ