ଗରିବଙ୍କ ଟଙ୍କାରେ ଅୟସ କରିଥିବା ସି-ସୋର କମ୍ପାନୀର ସମ୍ପତ୍ତି ହେବ ବାଜ୍ୟାପ୍ତି, କୋର୍ଟ ଦେଲେ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ସିସୋର କଂପାନୀର ସମସ୍ତ ସଂପତ୍ତି ବାଜ୍ୟାପ୍ତି । ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ କଂପାନୀର ସମସ୍ତ ସଂପତ୍ତିକୁ କଟକର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ବାଜ୍ୟାପ୍ତି କରିଛନ୍ତି ।

ସେଥିରେ ରହିଛି ୧୯୭ ଏକର ସଂପତ୍ତି । ୧୩୮୫ ଗ୍ରାମ ସୁନା, ୨ଶହ କେଜି ରୁପା ଓ ସିସୋର କଂପାନୀର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ କୋର୍ଟ ବାଜ୍ୟାପ୍ତି କରିଛନ୍ତି । ମୋଟ ୧ କୋଟି ୮୮ ଲକ୍ଷ ୭୫ ହଜାର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରାଯାଇଛି ।