ଦାରିଙ୍ଗିବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ, ୩.୫ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

କନ୍ଧମାଳ/ବଣାଇ(କେନ୍ଯୁଜ୍): ଜାଡରେ ଥରୁଛି କନ୍ଧମାଳ। ଜିଲ୍ଲାରେ ହାଡଭଙ୍ଗା ଶୀତ। ଦାରିଙ୍ଗବାଡିରେ ଚଳିତ ବର୍ଷ ପ୍ରଥମ ତୁଷାରପାତ ହୋଇଛି। ଦାରିଙ୍ଗିବାଡିରେ ୩.୫ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା । ଏପଟେ ଫୁଲବାଣୀରେ ୬.୫ ରେକର୍ଡ କରାଯାଇଛି। ହାଡଭଙ୍ଗା ଶୀତ ପାଇଁ ଅସ୍ତବ୍ୟସ୍ତ ଜନଜୀବନ। ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୁଆଁଇ ବସୁଥିବା ଦେଖିବାକୁ ମିଳୁଛି।

ଏପଟେ ବଣାଇ ଉପଖଣ୍ଡ କୋଇଡାର ବିଭିନ୍ନ ଅଞ୍ଚଳରେ ତୁଷାରପାତ । ୪ ଡିଗ୍ରୀ ତଳକୁ ଖସିଯାଇଛି ପାରଦ । ବାଇକ, କାର, ଘାସ ସହିତ ଘର ଛାତରେ ତୁଷାର ପାତ ହାଇଥିବା ଦେଖିବାକୁ ମିଳିଛି । ସେହିପରି କୋଇଡା, ଟେନସା, ସାନଇନ୍ଦୁପୁର, କାଶିରା, କାଲଟା ସମେତ ବିଭିନ୍ନ ଅଞ୍ଚଳରେ ତୁଷାରପାତ। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଇଁ ହେଉଛନ୍ତି । ସକାଳ ୧୦ଟା ନହେବା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଲୋକେ ଶୀତ ବସ୍ତ୍ର ପିନ୍ଧି ଥଣ୍ଡାରେ ଚାର ମଜା ନେଉଛନ୍ତି । ଚା ଦୋକାନ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.