ଆଜିଠାରୁ ସିଂହଦ୍ୱାର ଦେଇ ସେବାୟତଙ୍କ ଯିବା ଆସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ(କେନ୍ଯଜ୍) : କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ସହ ବାଳଧୂପ ନୀତି କରାଯାଇଛି। ଧାଡି ଦର୍ଶନ ବ୍ୟବସ୍ଥାରେ ମହାପ୍ରଭୁଙ୍କ ସେବା ପାଇଁ ଯାଉଥିବା ପାଳିଆ ସେବାୟତଙ୍କ ସମସ୍ୟା ହେଉଥିବାରୁ ବ୍ୟବସ୍ଥାରେ ଆଜିଠାରୁ ପରିବର୍ତ୍ତନ ହୋଇଛି। ସିଂହଦ୍ୱାର ସମ୍ମୁଖରେ ସେବାୟତଙ୍କ ଯିବା ଆସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ଅକ୍ଟୋବର ୧ ତାରିଖରୁ ଶ୍ରୀମନ୍ଦିରେରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି ।