ରାଜ୍ୟରେ ଚିହ୍ନଟ ହୋଇଥିବା ଦ୍ବିତୀୟ କରୋନା ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ବରର, ଲଣ୍ଡନରୁ ଫେରି ଏମ୍ସରେ ହୋଇଥିଲେ ଭର୍ତ୍ତି

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ। ରାଜ୍ୟ ସରକାରଙ୍କ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି। କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆକ୍ରାନ୍ତ କରୋନା ପଜେଟିଭଙ୍କ ବିଷୟରେ କିଛି କୁହାଯାଇ ନଥିବା ବେଳେ, ଏକ ବିଶେଷ ସୂତ୍ରରୁ କରୋନା ଆକ୍ରାନ୍ତ ଜଣକ ଭୁବନେଶ୍ବର ଏମ୍ସର ଜଣେ ଡାକ୍ତରଙ୍କ ୧୯ ବର୍ଷର ପୁଅ ବୋଲି ଖବର ମିଳିଛି। ସୂତ୍ର ମୁତାବକ  ଗତ ଦୁଇଦିନ ତଳେ ଏହି ଡାକ୍ତରଙ୍କ ପୁଅ ଲଣ୍ଡନରୁ ଦିଲ୍ଲୀ  ଫେରିଥିଲେ। ପରେ ଭୁବନେଶ୍ବରରେ ପହଞ୍ଚି ଏମ୍ସ ହସ୍ପିଟାଲକୁ ରକ୍ତନମୁନା ଯାଞ୍ଚ ପଇଁ ଯାଇଥିଲେ ଓ ଆଇସୋଲେସନରେ ରହିଥିଲେ ।

ଗତକାଲି ତାଙ୍କର ରକ୍ତ ନମୁନା ପଜେଟିଭ ବାହାରିବାରୁ ତାଙ୍କୁ ଏସ୍ସର ଏକ ସ୍ବତନ୍ତ୍ର ଆଇସୋଲେସନ ରୁମରେ ରଖାଯାଇଛି। ତେବେ  ଏମସ୍‌ର ରେସିଡେଣ୍ଟ ଡାକ୍ତରୀ ସଂଘ ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ହସପିଟାଲକୁ ଆଣିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ସଂଘ ଏମସ୍‌ ନିର୍ଦ୍ଦେର୍ଶିକାଙ୍କୁ ଚିଠି ଲେଖିଛନ୍ତି । ଏମସର ଜଣେ ବରିଷ୍ଠ ଡାକ୍ତର ଓ ଆଇସୋଲେସନ ୟୁନିଟର ଦାୟିତ୍ୱରେ ଥିବା ଡାକ୍ତର, ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ଏମସକୁ ଆଣିଥିଲେ । କରୋନା ଚିହ୍ନଟ ହୋଇଥିବା ୧୯ ବର୍ଷର ଯୁବକ ସେହି ଡାକ୍ତରଙ୍କ ପୁଅ । ଡାକ୍ତର ଜଣଙ୍କ କୌଣସି ନିୟମକୁ ନମାନି ପୁଅକୁ ଡାକ୍ତରଖାନା ଆଣିଥିବା ଡାକ୍ତରୀ ସଂଘ ଅଭିଯୋଗ କରିଛି । ଏପରିକି ଡାକ୍ତର ଜଣଙ୍କ ଅନ୍ୟମାନଙ୍କ ସହ ମିଳାମିଶା କରିଥିବା ଅଭିଯୋଗ ହୋଇଛି । ଏହାସହ ବିଦେଶରୁ ଆସିବା ନେଇ କୌଣସି ସୂଚନା ମଧ୍ୟ ଦେଇନଥିଲେ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସରକାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.