ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ, ସାମିଲ ହେଲେ ଦେଶର ବିଶିଷ୍ଟ ଉଦ୍ଯୋଗପତି ଜାଣନ୍ତୁ କଣ ଦେଲେ ପ୍ରତିଶୃତି

ଭୁବନେଶ୍ବର(କେନ୍ଯୁଜ୍) : ଶିଳ୍ପ ପାଇଁ ଓଡ଼ିଶାରେ ଭଲ ବାତାବରଣ ରହିଛି । ଆର୍ଥିକ ବିକାଶ ସହ ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଛି । ଏହା ଦର୍ଶାଇବା ସହ ଓଡ଼ିଶାରେ ହେଉଥିବା ବିକାଶର ପରିବର୍ତ୍ତନ ଧାରରେ ସାମିଲ ହେବାକୁ ଶିଳ୍ପପତିଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମେକ୍‌ ଇନ୍‌ ଓଡ଼ିଶାର ଦ୍ୱିତୀୟ ଦିନରେ, ପ୍ରଥମ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରୁ ଓଡ଼ିଶା କେତେ ଆଗକୁ ବଢିଛି ତାହା ଉଲ୍ଲେଖ କରିଥିଲେ ନବୀନ । ପ୍ରଥମ ସଂସ୍କରଣରେ ୧୨୪ ପ୍ରକଳ୍ପ ପାଇଁ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ଦୁଇ ତୃତୀୟାଂଶ କାର୍ଯ୍ୟକାରୀ ହେବାର ବିଭିନ୍ନ ପ୍ରକ୍ରିୟାରେ ରହିଛି । ଓଡ଼ିଶା ଖଣି ଉତ୍ପାଦନରେ ଦେଶରେ ଅଗ୍ରଣୀ ରାଜ୍ୟ। ଏବେ ମାନୁଫେକ୍‌ଚରିଂ କ୍ଷେତ୍ର ଉପରେ ଫୋକସ କରାଯାଇଛି । ଏଥିଲାଗି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପ୍ଲାନ୍‌ : ଭିଜନ ୨୦୨୫ ପ୍ରସ୍ତୁତ ହୋଇଛି। ୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ସହ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଛି।

ଏରୋସ୍ପେସ୍‌ ଆଣ୍ଡ ଡିଫେନ୍‌ସ ମାନୁଫେକ୍‌ଟରିଂ ପଲିସି ତିଆରି ହୋଇଛି। ଇଷ୍ଟ କୋଷ୍ଟ ଇକୋନୋମିକ୍‌ କରିଡରରେ ଅଧିକ ପୋର୍ଟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି । ପାରାଦୀପ ଓ ଧାମରା ବ୍ୟତୀତ ସୁବର୍ଣ୍ଣରେଖା ଓ ଗୋପାଳପୁରରେ ଡିପ୍‌ ୱାଟରପୋର୍ଟ ପାଇଁ ଚାଲିଛି କାମ। ମହାନଦୀରେ ଏକ ରିଭେରାଇନ୍‌ ପୋର୍ଟ ସହ ୧୨ଟି ନନ୍‌ ମେଜର ପୋର୍ଟ କରାଯିବ । ଆରମ୍ଭ ହୋଇ ସାରିଛି ସ୍କିଲ୍‌ଡ ଇନ୍‌ ଓଡ଼ିଶା। ଏହାକୁ ଗ୍ଲୋବାଲ ବ୍ରାଣ୍ଡ କରାଯିବ। ଦକ୍ଷତା ବିକାଶ କ୍ଷେତ୍ରରେ ଗତ ଦୁଇ ବର୍ଷ ହେବ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ରାଜ୍ୟରେ ଗତ ୧୮ ମାସରେ ୩୧୦ଟି ଷ୍ଟାର୍ଟ ଅପ୍‌ ରେଜିଷ୍ଟର କରିଛନ୍ତି, ୪୦ଟିକୁ ସହାୟତା ମିଳି ସାରିଲାଣି ।

୨୦୨୦ ସୁଦ୍ଧା ୧ ହଜାର ଷ୍ଟାର୍ଟ ଅପ୍‌କୁ ସହାୟତା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶର ଟପ୍‌ ଥ୍ରୀ ଷ୍ଟାର୍ଟ ଅପ୍‌ ହବ୍‌ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୧୪-୧୫ରୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨୫ ହଜାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦନ ଆରମ୍ଭ କରିଛନ୍ତି । ୬ ଲକ୍ଷ ୭୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୨୦୦୧-୦୨ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟର ରପ୍ତାନୀ ଶହେ ଗୁଣ ବଢ଼ିଛି । ଏକ ନୂଆ ବାୟୋଟେକ୍ନୋଲୋଜି ନୀତି ତିଆରି ହୋଇଛି ।

ଟାଟା ସନ୍ସର

ଓଡ଼ିଶାରେ ଆଉ ୨୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଟାଟା । ଖୁବ୍‌ ଶୀଘ୍ର ଟାଟାର ନିବେଶ ଓଡ଼ିଶାରେ ଏକ ଲକ୍ଷ କୋଟିକୁ ଟପିବ ବୋଲି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ ଘୋଷଣା କରିଛନ୍ତି । କଳିଙ୍ଗ ନଗର ସ୍ଥିତ ଟାଟାର ତିନି ମିଲିୟନ୍‌ ଟନ୍‌ ଷ୍ଟିଲ ପ୍ଲାଣ୍ଟ ୮ ମିଲିୟନ୍‌ ଟନ୍‌କୁ ସଂପ୍ରସାରଣ ହେବ ବୋଲି ଏନ୍‌.ଚନ୍ଦ୍ରଶେଖରନ୍‌ ଘୋଷଣା କରିଛନ୍ତି ।

ଆଦିତ୍ୟ ବିର୍ଲା ଗ୍ରୁପ୍‌

ଓଡ଼ିଶାରେ ନିବେଶ ହେବ ୧୪ହଜାର ୪୦୦ କୋଟି ଟଙ୍କାର ପୁଞ୍ଜି। ଆଦିତ୍ୟ ବିର୍ଲା ଗ୍ରୁପ୍‌ ଓଡ଼ିଶାରେ ଏହି ପୁଞ୍ଜିନିବେଶ କରିବ। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ୍‌ ମୁଖ୍ୟ କୁମାର ମଙ୍ଗଲମ୍‌ ବିର୍ଲା।

ରିଲିଆନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଯୋଗ ଦେଇ ରିଲିଆନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଓଡ଼ିଶାାରେ ରିଲିଆନ୍ସ ୬ ହଜାର କୋଟି ଟଙ୍କା ନିବେଶ କରି ସାରିଛି । ଏହା ବାଦ ଆସନ୍ତା ୩ ବର୍ଷ ମଧ୍ୟରେ ବିଭିନ୍ନ ବ୍ୟବସାୟରେ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ । ଡାଟା ବ୍ୟବହାରରେ ସାରା ଦେଶରେ ଓଡ଼ିଶା ପ୍ରଥମ ବୋଲି ମୁକେଶ କହିଛନ୍ତି ।

ସେହିଭଳି ଓଡ଼ିଶା ସହ ହାତ ମିଳାଇ ‘ରିଲିଆନ୍ସ ଫାଉଣ୍ଡେସନ୍‌- ଓଡ଼ିଶା ହାଇ ପରଫର୍ମାନ୍‌ସ ଆଥଲେଟିକ୍‌ସ୍‌ ସେଣ୍ଟର’ ପ୍ରତିଷ୍ଠା କରାଯିବ ବୋଲି ରିଲିଆନ୍ସ ଅଧ୍ୟକ୍ଷ କହିଛନ୍ତି । ଏହି ସେଣ୍ଟରରେ ଆଥଲେଟିକ୍ସ ପ୍ରତିଭାମାନଙ୍କୁ ଅଲମ୍ପିକ୍ସ ମେଡାଲ ବିଜୟ ଲକ୍ଷ୍ୟରେ ତାଲିମ୍‌ ପ୍ରଦାନ କରାଯିବ । ନିଜ ବକ୍ତବ୍ୟ ଆରମ୍ଭରେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ ମୁକେଶ ଅମ୍ବାନୀ । ବିଜୁ ବାବୁ ତାଙ୍କ ସମୟ ଠାରୁ ବହୁ ଆଗରେ ଥିଲେ ବୋଲି ମୁକେଶ କହିଥିଲେ ।

ଉତ୍ପାଦନ ଶିଳ୍ପ ପାଇଁ ଓଡ଼ିଶାର ପରିବେଶ ଉପଯୁକ୍ତ। ଆସନ୍ତାବର୍ଷରୁ ଏଠାରେ େଓ୍ଵଲକମ୍‌ ଗ୍ରୁପ୍‌ର ହୋଟେଲ କାର୍ଯ୍ୟକ୍ଷମ ହେବ ବୋଲି ITC  MD ସଞ୍ଜୀବ ପୁରୀ ଘୋଷଣା କରିଛନ୍ତି।

ଜିନ୍ଦଲ ଗ୍ରୁପ୍‌

ମେକ୍‌ ଇନ୍‌ ଓଡ଼ିଶା କଲକ୍ଲେଭ୍‌ରେ ଜିନ୍ଦଲ ଗ୍ରୁପ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ଘୋଷଣା କରି କହିଛନ୍ତି ଷ୍ଟିଲ ଉତ୍ପାଦନ ୬ରୁ ୨୦ ମିଲିଅନ୍‌ ଟନ୍‌କୁ ବୃଦ୍ଧି ପାଇବ। ୨୦୩୦ ସୁଦ୍ଧା ଲକ୍ଷେ କୋଟିର ପୁଞ୍ଜିନିବେଶ ରଖାଯାଇଥିବା ନବୀନ ଜିନ୍ଦଲ କହିଛନ୍ତି। ସେହିପରି ଓଡ଼ିଶାରେ ହେବ ବିଶ୍ୱର ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ। ରାଜ୍ୟରେ ଅତ୍ୟାଧୁନିକ ଗ୍ରୀନ୍‌ଫିଲ୍ଡ ଇସ୍ପାତ କାରଖାନା ତିଆରି କରାଯିବ। ଏନେଇ ଘୋଷଣା କରିଛନ୍ତି JSW ଗ୍ରୁପ୍‌ ମୁଖ୍ୟ ସଜ୍ଜନ୍‌ ଜିନ୍ଦଲ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago