ଦ୍ବିତୀୟ ଦିନରେ ବଙ୍ଗୋମୁଣ୍ଡା ଥାନା ଆଇଆଇସିଙ୍କ ଘରେ ଚାଲିଛି ରେଡ୍, ବାସଭବନରୁ ଆଉ ୩ଲକ୍ଷ ୮୦ହଜାର ୯୨୦ଟଙ୍କା ଜବତ

ବଲାଙ୍ଗିର(କେନ୍ଯୁଜ୍): ଦ୍ବିତୀୟ ଦିନରେ ଆଇଆଇସିଙ୍କ ଘରେ ରେଡ୍‌। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆଇଆଇସି ବିନୋଦ ବିହାରୀ ନାୟକଙ୍କ ବାସଭବନରୁ ୩ଲକ୍ଷ ୮୦ହଜାର ୯୨୦ଟଙ୍କା ଜବତ କରିଛି ବଲାଙ୍ଗିର ଭିଜିଲାନ୍‌ସ । ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛି ଭିଜିଲାନ୍‌ସ ଟିମ୍‌। ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆଇଆଇସି ବିନୋଦ ବିହାରୀ ନାୟକ।

ଗତକାଲି ବିନୋଦ ବିହାରୀ ବରଗଡ଼ ଟୋଲଗେଟ ନିକଟରେ ଯାଉଥିବା ବେଳେ ଜଗି ରହିଥିଲେ ଭିଜିଲାନ୍‌ସ ଅଧିକାରୀ । ସେ ବଙ୍ଗୋମୁଣ୍ଡାରୁ କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ବରଗଡ଼ ଟୋଲ୍‌ ଗେଟ୍‌ ନିକଟରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ ଟିମ୍‌ । ଯାଞ୍ଚ ବେଳେ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୬ହଜାର ୨୨୦ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ବାବଦରେ ବଙ୍ଗୋମୁଣ୍ଡା ଥାନା ଆଇଆଇସି ଭିଜିଲାନ୍‌ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏଥିସହ କାରରୁ କିଛି କାଗଜପତ୍ର ବି ଜବତ ହୋଇଥିଲା।

Leave A Reply

Your email address will not be published.