ଭୁବନେଶ୍ବରରେ ଦ୍ବିତୀୟ ଡୋଜ୍ ଟିକାକରଣକୁ ଗୁରୁତ୍ବ, ବିନା ସ୍ଲଟରେ ଦିଆଯିବ ଦିତୀୟ ଡୋଜ୍ ଟିକା

କେନ୍ୟୁଜ୍(ବ୍ୟୁରୋ): ବିନା ସ୍ଲଟରେ ଦିଆଯିବ ଦିତୀୟ ଡୋଜ୍‌ ଟିକା । ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ମେ’ ୧୪ ପୂର୍ବରୁ ଟିକା ନେଇଥିବା ଲୋକଙ୍କୁ ମିଳିବ ସୁବିଧା । ପ୍ରଥମ ଡୋଜ୍‌ ନେଇଥିବା ୧୮ରୁ ୪୪ବର୍ଷୀୟଙ୍କ ଅବଧି ସରିବା ପୂର୍ବରୁ ଟିକା ଦିଆଯିବ । ଯେଉଁ ସେଣ୍ଟରରେ ପ୍ରଥମ ଡୋଜ୍‌ ନେଇଥିଲେ, ସେହି ସେଣ୍ଟରରେ ଦ୍ୱିତୀୟ ଡୋଜ୍‌ ଦିଆଯିବ । ଏଥିପାଇଁ ପ୍ରଥମ ଡୋଜ୍‌ ଟିକାର ପ୍ରମାଣପତ୍ର ଆଣିବାକୁ କୁହାଯାଇଛି ।

ବିଏମସି କମିଶନର ସଞ୍ଜୟ ସିଂ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦ୍ୱିତୀୟ ଡୋଜ୍‌ ନେବା ପାଇଁ ସ୍ଲଟ ବୁକିଂର ଆବଶ୍ୟକତା ନଥିବା ବେଳେ ବିଭାଗ ପକ୍ଷରୁ ଓ୍ଵାକ-ଇନ୍‌ ଫେସିଲିଟି ପନ୍ଥା ଗ୍ରହଣ କରାଯାଇଛି । ଯେଉଁ ୧୮ରୁ ୪୪ ବର୍ଷୀୟ ବ୍ୟକ୍ତି ମେ ୩ରୁ ୧୪ ମଧ୍ୟରେ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି, ସେମାନଙ୍କୁ ଏଡି ଡ୍ରାଇଭରେ ସାମିଲ କରାଯିବ ବୋଲି ଟ୍ଵିଟ କରି କୁହାଯାଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ଧାର୍ଯ୍ୟ କରାଯାଇଛି । ବିଏମସି ନେଇଥିବା ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.