ବୁଧବାରଠାରୁ ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା, ସରିଲା ଟ୍ରାଏଲ ରନ୍‌

ଚିଲିକା: ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା। ବୁଧବାରଠାରୁ ଜହ୍ନିକୁଦରୁ ସାତପଡ଼ା ଯାଏ ଚାଲିବ ଫେରି। ଗତକାଲି ଏହାର ଟ୍ରାଏଲ ରନ୍‌ ସରିଛି।

କୃଷ୍ଣପ୍ରସାଦ ବ୍ଲକରୁ ପୁରୀକୁ ଯାଉଥିବା ଲୋକଙ୍କୁ ଏହା ସହାୟକ ହେବ। ଏହି ଫେରିରେ ଏକାଥରେ ୧୫୦ ଜଣ ଯାଇ ପାରିବେ। ମୋଟରସାଇକଲ ମଧ୍ୟ ଫେରିରେ ଯାଇ ପାରିବ। ପୂର୍ବରୁ ଦେଶୀ ଡଙ୍ଗାରେ ବିପଦ୍‌ପୂର୍ଣ୍ଣ ଭାବେ ଲୋକେ ଯାତ୍ରା କରୁଥିଲେ। ଏବେ ସେହି ଯାତ୍ରୀଙ୍କୁ ଯିବା ଆସିବା ସହଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.