ମାର୍ଚ୍ଚରେ ମିଳିବ ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି, କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାନୁଆରୀ ସୁଦ୍ଧା କୋଟିଏ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସହାୟତା ।  ଏହା ପରେ ମାର୍ଚ୍ଚରେ ମିଳିବ ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ କିସ୍ତି ।  ଏଥିରେ ମଧ୍ୟ କୋଟିଏ ହିତାଧିକାରୀ ପାଇବେ ଦ୍ବିତୀୟ କିସ୍ତି ଟଙ୍କା । ଏକାକାଳୀନ କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା ।  ସୁଶାସନ ଦିବସ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୂଚନା ଯୋଗ୍ୟ କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ଜାନୁଆରୀରେ ମିଳିବ ‘ସୁଭଦ୍ରା ଯୋଜନା’ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ।  ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା ।  ଭେରିଫିକେସନ୍ ପ୍ରକ୍ରିୟା ଡିସେମ୍ବର ୩୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ ବୋଲି ପ୍ରଭାତୀ ପରିଡ଼ା କହିଥିଲେ ।