ରାଜ୍ୟରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ

ରାଜ୍ୟରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୮୦ ଲକ୍ଷ ଭୋଟର।

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୮୦ ଲକ୍ଷ ଭୋଟର। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ । ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ବିଜେଡି ସାଂସଦ, ୬ ମନ୍ତ୍ରୀଙ୍କ ହେବ ଭାଗ୍ୟ ପରୀକ୍ଷା ।

ସେହିପରି ବିଜେପିରୁ ବିଧାନସଭା ନିର୍ବାଚନ ଲଢୁଥିବା ସାଂସଦ ସୁରେଶ ପୂଜାରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଓ ସାଂସଦ ସଙ୍ଗୀତା ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତା ଭାଗ୍ୟ ପରୀକ୍ଷା ଦେବେ । କଂଗ୍ରେସରୁ ପୂର୍ବତନ ବାଚସ୍ପତି କିଶୋର ପଟେଲ, ଦୁଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ରାଜନ ଏକ୍କା ପ୍ରମୁଖ ମଇଦାନରେ ଅଛନ୍ତି । ମତଦାନ ପାଇଁ ୩୩ ହଜାର ପୋଲିସ ଓ ୧୦୨ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ।

Leave A Reply

Your email address will not be published.