ଦୁର୍ଗାପୂଜାରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ କିସ୍ତି, ଅକ୍ଟୋବର ୯ରେ ଖାତାକୁ ଆସିବ ଟଙ୍କା

ଭୁବନେଶ୍ୱର : ଦୁର୍ଗାପୂଜାରେ ମିଳିବ ‘ସୁଭଦ୍ରା’ ଟଙ୍କା । ଅକ୍ଟୋବର ୯ ତାରିଖରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିବେ ନାହିଁ ବୋଲି ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି । ଏହା ମଧ୍ୟ କହିଛନ୍ତି, ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ । ଅକ୍ଟୋବର ୭ ଯାଏ ଆବେଦନ କରିଥିବା ମହିଳା ୯ରେ ପାଇବେ ଟଙ୍କା ପାଇବେ ।
ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର ୧୭ ତାରିଖରେ ୨୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏବେ ଅକ୍ଟୋବର ୯ ତାରିଖରେ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଯୋଜନାର ସହାୟତା ପ୍ରଦାନ କରିବେ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି କି ଏପର୍ଯ୍ୟନ୍ତ ୧ କୋଟି ରୁ ଅଧିକ ମହିଳା ଏହି ଯୋଜନାର ଲାଭ ପାଇବାକୁ ଆବେଦନ କରିଛନ୍ତି ।