କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ ଅଭିଯୋଗ: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ୍‌

କେନ୍ୟୁଜ୍(ବ୍ୟୁରୋ): ସ୍କୁଲ ଖୋଲିବା ନେଇ କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ଏହି ନୋଟିସ୍‌ ଜାରି ହୋଇଛି । ସ୍କୁଲ ଖୋଲିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଥିଲେ ଗାଇଡଲାଇନ୍‌ । ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ନିର୍ଦ୍ଦେଶନାମା । ଯେଉଁଥିରେ ଅଫଲାଇନ୍‌ କିମ୍ବା ଅନଲାଇନ୍‌ ମୋଡରେ ପରୀକ୍ଷା ଦେବାକୁ ବିକଳ୍ପ ବ୍ୟବସ୍ଥା ପାଇଁ କୁହାଯାଇଥିଲା । କିନ୍ତୁ ଚନ୍ଦ୍ରଶେଖରପୁର ଡିଏଭି କର୍ତ୍ତୃପକ୍ଷ ଆସନ୍ତା ୧୨ ତାରିଖରୁ ହେବାକୁ ଥିବା ପିରିଓଡିକ୍‌ ଆସେସମେଣ୍ଟକୁ ଅଫଲାଇନ୍‌ ମୋଡରେ କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନୋଟିସ୍‌ କରିଥିବା ଅଭିଯୋଗ ହୋଇଛି ।

ବହୁ ଦିନରୁ ସ୍କୁଲ ବନ୍ଦ ରହିଥିବାରୁ ଅଚାନକ ଅଫ୍‌ଲାଇନ୍‌ ପରୀକ୍ଷା ହେଲେ ଛାତ୍ରଛାତ୍ରୀ ଚାପର ବଶବର୍ତ୍ତୀ ହୋଇପାରନ୍ତି । ଅଫଲାଇନ୍‌ ପରୀକ୍ଷା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ ହୋଇଛି । ଏହାର ଜବାବ ଆସନ୍ତାକାଲି ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

 

 

Leave A Reply

Your email address will not be published.