ସଚିବ ସ୍ତରରେ ଅଦଳବଦଳ, ନିକୁଞ୍ଜ ବିହାରୀ ଧଳ ହେଲେ IDCO ଅଧ୍ୟକ୍ଷ

ଭୁବନେଶ୍ୱର : ସଚିବ ସ୍ତରରେ ଅଦଳବଦଳ । ବରିଷ୍ଠ IAS ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଅତିରିକ୍ତ ଦାୟିତ୍ବ । ନିକୁଞ୍ଜ ବିହାରୀ ଧଳ ହେଲେ IDCO ଅଧ୍ୟକ୍ଷ । ସୁରେନ୍ଦ୍ର କୁମାର ସଂସଦୀୟ ବ୍ୟାପାର ବିଭାଗର ଅତିରକ୍ତି ଶାସନ ସଚିବ। ଉଷା ପାଢ଼ୀଙ୍କୁ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ । ବିଶାଳ କୁମାର ଦେବ ହେଲେ E&IT ବିଭାଗର ପ୍ରମୁଖ ସଚିବ । ଜି. ମାଥ୍ୟୁଭାଥନନ୍ ହେଲେ ଗୋପବନ୍ଧୁ ଏକାଡେମୀର ଡିରେକ୍ଟର ଜେନେରାଲ । ଭିନିଲ କ୍ରିଷ୍ଣା ହେଲେ କମିଶନର ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସେଟଲମେଣ୍ଟ । ଶାଶ୍ବତ ମିଶ୍ରଙ୍କୁ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଭାସ୍କର ଜ୍ୟୋତି ଶର୍ମା ହେଲେ କ୍ରୀଡ଼ା ବିଭାଗର ସଚିବ । ହେମନ୍ତ ଶର୍ମାଙ୍କୁ ମଏସଏମଇ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ।

You might also like