ମହାଶିବରାତ୍ରୀ ଅବସରରେ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ, କପିଳାସରେ ବି ବାହାର ଜିଲ୍ଲାର ଭକ୍ତଙ୍କୁ ବାରଣ

କଟକ/ଢେଙ୍କାନାଳ(କେନ୍ଯୁଜ୍): ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ମହାଶିବରାତ୍ରୀ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରାଯାଇଛି । କିନ୍ତୁ ଜିଲ୍ଲା ଅନ୍ୟ ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । ୧୪ଶହ ଖ୍ରୀଷ୍ଟାବ୍ଦର ଶୈବପୀଠ ହଂସନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଭକ୍ତ ।

ପବିତ୍ର ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ । ଚନ୍ଦ୍ରଶେଖରଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା କୋହଳ କରାଯାଇଛି। କେବଳ ଜିଲ୍ଲାବାସୀଙ୍କୁ ମିଳିଛି ଦର୍ଶନର ସୁଯୋଗ । ବାହାର ଜିଲ୍ଲାର ଭକ୍ତଙ୍କୁ ବାରଣ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଲୋକ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହୋଇଛନ୍ତି ୧୦ ପ୍ଲାଟୁନ ପୋଲିସ । ଭୋର ୪ଟାରୁ ୪ଟା ୨୦ ମଧ୍ୟରେ ମହାଦୀପ ଉଠିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.