ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ: ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ୧୪୪ ଧାରା ଜାରି

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ନେଉଛି ଭିନ୍ନ ମୋଡ଼ । ଏବେ ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ଅଞ୍ଚଳରେ ୧୪୪ ଧାରା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ବାହାରିଥିଲେ ଶହ ଶହ ମହିଳା।

ଉତ୍ତେଜିତ ମହିଳା ସୁମିତଙ୍କ ଘର ଗେଟ୍‌ ଭାଙ୍ଗି ଧସେଇ ପଶିଥିଲେ । ପରେ ଘର ଭିତରେ ପଶିବାକୁ ଉଦ୍ୟମ ବେଳେ ଅଟକାଇଥିଲା ପୋଲିସ । ଗତକାଲି ସନ୍ଧ୍ୟାରେ ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଥିଲେ ସ୍ଥାନୀୟ ମହିଳା । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଶ୍ୱଶୁର ଘରେ ଧାରଣା ଜାରି ରହିବ ବୋଲି ତପସ୍ୱିନୀ କହିଛନ୍ତି।

Leave A Reply

Your email address will not be published.