ରାଉରକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଞ୍ଚଳରେ ୧୪୪ ଧାରା ଜାରି

ରାଉରକେଲା: ଆଜି ରାଉରକେଲା ଷ୍ଟେସନ୍‌ରେ ଅପରାହ୍ନ ୪ ଟା ରୁ ୫ଟା ମଧ୍ୟରେ ପହଞ୍ଚିବ ମଧ୍ୟପ୍ରଦେଶରୁ ଆସୁଥିବା ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ । ଏହି ଟ୍ରେନ୍ ରେ‌ ସମୁଦାୟ ୩୦୦ ପ୍ରବାସୀ ଶ୍ରମିକ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ତେଣୁ କରୋନା ମାରାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।

ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ଷ୍ଟେସନ୍‌ରେ ଓହ୍ଲାଇବା ପରେ ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। କରୋନା ପରୀକ୍ଷା ପରେ ଯେଉଁମାନଙ୍କ ଶରୀରରେ କୋଭିଡ-୧୯ ଚିହ୍ନଟ ହେବ ସେମାନଙ୍କୁ ତୁରନ୍ତ କୋଭିଡ-୧୯ ହସ୍‌ପିଟାଲକୁ ପଠାଯିବ । ଏଥିସହିତ ଅନ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ୨୦ଟି ସ୍ୱତନ୍ତ୍ର ବସ୍‌ ଯୋଗେ ନିଆଯାଇ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ।

Leave A Reply

Your email address will not be published.