ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ
ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ଲାଞ୍ଚ ନେଲା ଧରାପଡିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବିଇଓ କାର୍ଯ୍ୟାଳୟର ସେକ୍ସନ ଅଫିସର ରଞ୍ଜିତ ଷଡଙ୍ଗୀ । ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ । ରାମଚନ୍ଦ୍ର ସାହୁ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଫାଇନାଲ ପେନସନ କରାଇଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରଞ୍ଜିତ । ପୂର୍ବ ଯୋଜନା ଅନୁଯାୟୀ ଜଗି ରହିଥିଲା ଭିଜିଲାନ୍ସ ଟିମ୍ । ପରେ ଟଙ୍କା ନେଲା ବେଳେ ଧରାପଡିଥିଲେ । ନଗଦ ୧୦ ହଜାର ଟଙ୍କା ଜବତ ସହ ରଞ୍ଜିତ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ନବରଙ୍ଗପୁର ଘରେ ମଧ୍ୟ ଚଢାଉ ଚାଲିଛି।