ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର କମିଶନରେଟ ପୋଲିସ, ଜାଣନ୍ତୁ କେମିତି ରହିବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର କମିଶନରେଟ ପୋଲିସ। କାରଣ ଆଗକୁ ଭୁବନେଶ୍ୱରକୁ ଆସିବେ ବିଭିନ୍ନ ଦଳର ବହୁ ହେଭିେଓ୍ଵଟ୍‌ ରାଜନେତା । ସେମାନଙ୍କ ସୁରକ୍ଷାକୁ ପୋଲିସ ଗୁରୁତ୍ୱ ଦେଉଛି । ଭୁବନେଶ୍ୱର ଓ କଟକରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖିଛି ପୋଲିସ । ଭୁବନେଶ୍ୱରରେ ୪୯୫ଟି ସ୍ଥାନରେ ରହିଛି ୧ ହଜାର ୧୫୬ଟି ବୁଥ୍‌ । ୧୮୧ଟି ବୁଥ୍‌ ସମ୍ବେଦନଶୀଳ। ସୁରକ୍ଷା ଦୃଷ୍ଟିରୁ ୪୪ଟି ମୋବାଇଲ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି । ଆଇଆଇସି ର‍୍ୟାଙ୍କର ୨୦ଜଣ ସେକ୍ଟର ଅଫିସର ରହିବେ । ପୁରା ବ୍ୟବସ୍ଥାର ତଦାରଖ କରିବେ ୧୧ଜଣ ଏସିପି ପାହ୍ୟାର ଅଫିସର । ସେହିପରେ କଟକରେ ୪ଶହଟି ଲୋକେସନରେ ୭୬୪ଟି ବୁଥ୍‌ ରହିଛି । ସେଥିରୁ ୨୩୬ଟି ସମ୍ବେଦନଶୀଳ ବୁଥ୍‌ । କଟକରେ ୨୭ଟି ମୋବାଇଲ୍‌ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ବେଳେ ୧୭ଜଣ ସେକ୍ଟର ଅଫିସର ନିୟୋଜିତ ରହିବେ।

ନିର୍ବାଚନ ବେଳେ ଭୁବନେଶ୍ୱରକୁ ଛୁଟିବ ବିଭିନ୍ନ ଦଳର ହେଭିେଓ୍ଵଟ୍‌ ନେତାଙ୍କ ସୁଅ। ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପୋଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ। ସେଥିପାଇଁ ଏସପିଜି, ଗୁଇନ୍ଦା ବିଭାଗ ସହ ଯୋଗାଯୋଗରେ ରହିବ କମିଶନରେଟ ପୋଲିସ ।

ନିର୍ବାଚନ ପୂର୍ବରୁ ଅପରାଧୀଙ୍କୁ ସାବାଡ କରିବା ପାଇଁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଛି କମିଶନରେଟ ପୋଲିସ । ସେହିପରି ବେଆଇନ୍‌ ଟଙ୍କା କାରବାର ଉପରେ ସ୍ୱତନ୍ତ୍ର ନଜର ବି ରହିବ। ମଦ ଓ ଡ୍ରଗ୍ସ ବାଣ୍ଟିବାରେ ରୋକ ଲଗାଇବା ଉପରେ ଗୁରୁତ୍ୱ ଦେଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.