କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଜଣେ ନିହତ

କନ୍ଧମାଳ : କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ବାଲିଗୁଡା ଥାନା ଓଡାଙ୍ଗ ଗାଁ ଜଙ୍ଗଲରେ SOG ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ଘଟଣା ସ୍ଥଳରୁ ଗୋଟିଏ ରାଇଫଲ ଜବତ ହୋଇଛି । ବାଲିଗୁଡା ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପରେ କମ୍ବିଂ ଅପେରସନ ଆରମ୍ଭ କରିଥିଲେ SOG ଯବାନ । କମ୍ବିଂ ବେଳେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି । ଗୁଳି ବିନିମୟ ପରେ ଜଙ୍ଗଲରେ ସର୍ଚ୍ଚ ଅପେରସନ ଜୋରଦାର କରାଯାଇଛି ।