ମେଡିକାଲ୍ କର୍ମଚାରୀ ନୁହେଁ ବରଂ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌, ଭାଇରାଲ୍ ହେଉଛି ଭିଡିଓ

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମେଡିକାଲରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଥିଲେ। କିଭଳି ଭାବେ ଜଣେ ସୁରକ୍ଷା କର୍ମୀ ଇଞ୍ଜେକ୍ସନ ଦେଲେ ସେ ନେଇ ଉଠିଛି ପ୍ରଶ୍ନ।

ଗତ ୧୯ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ନମ୍ବର ୨୩୪୦୫ରେ ଅଣସ୍ୱାସ୍ଥ୍ୟ କର୍ମୀ ଯେପରି ରୋଗୀଙ୍କ ଚିକିତ୍ସା ନକରନ୍ତି , ସେ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସତର୍କ କରାଇ ଦିଆଯାଇଥିଲା। ଏହା ସତ୍ତ୍ୱେ ଜଣେ ସୁରକ୍ଷା କର୍ମୀଙ୍କ ଇଞ୍ଜେକ୍ସନ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.