ବଲାଙ୍ଗିର: ସଇଁନ୍ତଲା ବଡମାଲ ଗୋଳାବାରୁଦ କାରଖାନାରେ ଅଭାବନୀୟ ଘଟଣା, ନିଜ ବନ୍ଧୁକରେ ନିଜେ ଗୁଳି କରି ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା

ବଲାଙ୍ଗିର: ନିଜକୁ ନିଜେ ଗୁଳି କଲେ ସୁରକ୍ଷାକର୍ମୀ। ବଲାଙ୍ଗିର ସଇଁନ୍ତଲା ବଡମାଲ ଗୋଳାବାରୁଦ କାରଖାନାରେ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା। ନିଜ ବନ୍ଧୁକରେ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବାବେଳେ ଗୋଳାବାରୁଦ କାରଖାନାରେ ତାଙ୍କର ମୃତଦେହ ରଖାଯାଇଛି।

ମୃତ ସୁରକ୍ଷାକର୍ମୀ ଜଣକ ଲଳିତ ରାୟ। ସେ ଏହି କାରଖାନାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ତେବେ କଣ ପାଇଁ ଆତ୍ମହତ୍ୟା କଲେ ସେନେଇ କାରଣ ଜଣାପଡିନି। ଗତ ଦୁଇ ଦିନ ହେବେ ସୁରକ୍ଷାକର୍ମୀ ଜଣକ ମାନସିକ ଚାପରେ ଥିବା ତାଙ୍କ ସହକର୍ମୀ କହିଛନ୍ତି। ଏେନେଇ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.