ଏ ହେଉଛି ଆମର ବ୍ୟବସ୍ଥା: ସୁରକ୍ଷାକର୍ମୀଙ୍କ ହାତରେ ସ୍ୱାସ୍ଥ୍ୟସେବା

କେନ୍ଦୁଝର(କେନ୍ୟୁଜ୍):ସୁରକ୍ଷାକର୍ମୀଙ୍କ ହାତରେ ଚାଲିଛି ସ୍ୱାସ୍ଥ୍ୟସେବା । କେନ୍ଦୁଝର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ସୁରକ୍ଷାକର୍ମୀ ଚିକିତ୍ସା କରୁଥିବା ଭିଡ଼ିଓ ଭାଇରାଲ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବଦଳରେ ଜଣେ ମହିଳା ସୁରକ୍ଷା କର୍ମୀ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଚମ୍ପୁଆ ଗୋଧୂଳି ଗାଁର ଜଣେ ନାବାଳିକାଙ୍କୁ ରକ୍ତ ଦିଆଯାଉଥିଲା ।

ଏହି ସମୟରେ ପାଇପରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇ ପାରୁନଥିଲା । ଏନେଇ ନାବାଳିକାଙ୍କ ବାପା ସ୍ୱାସ୍ଥ୍ୟ କର୍ମୀଙ୍କୁ ଖୋଜିଥିଲେ ବି ପାଇନଥିଲେ । ତାଙ୍କ ବ୍ୟସ୍ତତା ଦେଖି ଜଣେ ମହିଳା ସୁରକ୍ଷାକର୍ମୀ ଦୌଡି ଆସିଥିଲେ । ରୋଗୀଙ୍କ ସହାୟତା କରିଥିଲେ । ଡାକ୍ତରଖାନାରେ ଥିବା କେହି ବ୍ୟକ୍ତି ସେହି ସମୟର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ କରିଛନ୍ତି । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭିଡ଼ିଓ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.