ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକର ବଢାଯାଇଛି ସୁରକ୍ଷା, ପରିସ୍ଥିତି ଉପରେ ତୀକ୍ଷଣ ନଜର

ଭୁବନେଶ୍ୱର : ଆତଙ୍କବାଦୀ ନିପାତ ପାଇଁ ଭାରତ ସଂକଳ୍ପ ନେଇଛି। ଯୋଜନାବଦ୍ଧ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରାଯାଉଛି। ପ୍ରଧାନମନ୍ତ୍ରୀ ସାରା ବିଶ୍ୱର ନେତୃତ୍ୱ ନେଉଛନ୍ତି। ଆମ ରାଜ୍ୟରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚାନ୍ଦିପୁର, ପୁରୀ ଭଳି ସ୍ଥାନ ଗୁଡ଼ିକରେ ବଙ୍ଗୋପସାଗର ପଟୁ ଆକ୍ରମଣର ଆଶଙ୍କା ରହିଛି। କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକର ସୁରକ୍ଷାକୁ ନେଇ ପୂର୍ବରୁ ରାଜ୍ୟ ସରକାର ଆଲୋଚନା କରିଥିଲେ ଆଜି ବି ଆଉଥରେ ଆଲୋଚନା ହେବ।

କିଭଳି ଭାବେ ସବୁ ଅଞ୍ଚଳକୁ ସିଲ କରାଯିବ ଓ ଯାଞ୍ଚ କଡାକଡି କରାଯିବ,ଯେଉଁମାନେ ବାହାରେ ଅଛନ୍ତି ତାଙ୍କୁ ଓଡିଶା ଆଣିବା ପାଇଁ ବନ୍ଦୋବସ୍ତ କରାଯାଉଛି। ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେ଼କ୍ସ ଖୋଲା ଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ଆମେ ଲଗାତାର ଭାବେ ସମୀକ୍ଷା କରୁଛୁ । ଲମ୍ବା ଯୁଦ୍ଧ ହେବ ଭାରତ ବିଜୟୀ ହେବ । ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ବଢ଼େଇଛନ୍ତି । ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ଭାବେ ମୁଖ୍ୟ ଶାସନ ସଚିବ, ଡିଜିଙ୍କ ସହ କରିଛନ୍ତି ଆଲୋଚନା । ରାଜ୍ୟରେ ଯେଉଁଠିଁ ଯେଉଁଠି କେନ୍ଦ୍ର ସରକାରଙ୍କ ସଂସ୍ଥା ଅଛି, ଚାନ୍ଦିପୁର, ହୀରାକୁଦ, ଗୋଳା ବାରୂଦ କାରଖାନା ଭଳି ସ୍ଥାନରେ ସୁରକ୍ଷା ବଢ଼ାଯାଇଛି । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଯାଞ୍ଚ ଏବଂ ସୁରକ୍ଷା କଡାକଡି କରାଯାଇଛି । ଏଇଟା ଟ୍ରେଲର, ଫିଲ୍ମ ବାକି ଅଛି । ଆତଙ୍କବାଦରେ ଏଇଟା ଶେଷ ଲଢେଇ । ଅପରେସନ ସିନ୍ଦୂର ଭଳି ଆହୁରି ଅନେକ ଆଗକୁ ଦେଖିବାକ ବାକି ରହିଛି  ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ।