ମହାତ୍ମା ଗାନ୍ଧୀ ମାର୍ଗରେ ସୁରକ୍ଷା କଡ଼ାକଡ଼ି, ସକାଳ ୯ଟାରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସୁରକ୍ଷା ବଳୟରେ ମହାତ୍ମା ଗାନ୍ଧୀ ମାର୍ଗ ।  ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ସୁରକ୍ଷା କଡ଼ାକଡ଼ି ।  ସକାଳ ୯ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ଉଦବୋଧନ ଦେବା ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।

ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିନଜେଣ୍ଟକୁ ମିଶାଇ ପ୍ରାୟ ୫୮ ଟି କଣ୍ଟିନଜେଣ୍ଟ ଅଂଶଗ୍ରହଣ କରିବେ । ପରେଡକୁ କମାଣ୍ଡ କରିବେ ଆଇପିଏସ ଅମ୍ରିତ ପାଲ୍ କର । ଚଳିତ ବର୍ଷ ଇଣ୍ଡୋ ତିବ୍ବତୀୟ ବର୍ଡର ପୋଲିସ ଓ ଛତିଶଗଡ଼ ଷ୍ଟେଟ ଆର୍ମଡ୍ ପୋଲିସ ଯୋଗ ଦେଉଛନ୍ତି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।